ବାରିପଦା ୩/୧୨ : ବେତନଟି ଅଂଚଳର ଖିରିପଦା ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ସ୍କୁଲ ଭିତରେ ପଶି ପ୍ରଧାନ ଶିକ୍ଷକ ଓ ପିଅନକୁ ନିସ୍ତୁକ ମାଡ଼ ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ପିଅନକୁ ଗିରଫ କରିଛି । ପିଅନ ଜଣକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଉତ୍ୟକ୍ତ ଲୋକମାନେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବୈଶିଙ୍ଗା-ମାଣିତ୍ରୀ ରାସ୍ତା ଅବରୋଧ କରିଛନ୍ତି ।