କଳାହାଣ୍ଡି ୧୯/୧୨ : କଳାକାଣ୍ଡିରେ ଜଣେ ଗୁରୁଙ୍କ ଅପକର୍ମ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ବାଳକୃଷ୍ଣ ମହାପାତ୍ର ନାମକ ଏହି ପ୍ରଧାନଶିକ୍ଷକ ଜଣକ ଜଣେ ନବମ ଶ୍ରେଣୀ ଚାତ୍ରୀଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୁଳରାମପୁର ବ୍ଲକ ସିରିମସ୍କା ଉନ୍ନୀତ ଉଚ୍ଚବିଦ୍ୟାଳୟରେ । ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପ୍ରଧାନଶିକ୍ଷକ ଫେରାର ହୋଇଯାଇଛନ୍ତି ।