ରାଜ୍ୟ

ଛାତ୍ରୀଙ୍କ ଅବିବାହିତ ମାତୃତ୍ୱକୁ ନେଇ ଉତ୍ତେଜନା : ସ୍କୁଲର ୩ ଅଧିକାରୀ ସସପେଣ୍ଡ

Published

on

ଦାରିଙ୍ଗବାଡ଼ି ୧୩/୧ : ଦାରିଙ୍ଗବାଡ଼ିସ୍ଥିତ ଏକ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀ ସନ୍ତାନ ଜନ୍ମ ଦେଲା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ଦାରିଙ୍ଗବାଡ଼ି-ବ୍ରହ୍ମପୁର-ବାଲିଗୁଡ଼ା ରାସ୍ତାକୁ କେତେ ଘଣ୍ଟା ଧରି ଅବରୋଧ କରିଥିଲେ । ଛାତ୍ରୀ ଜଣକ ସ୍କୁଲର ଛାତ୍ରୀ ନିବାସରେ ରହୁଥିବାବେଳେ ରବିବାର ସନ୍ତାନଟିକୁ ଜନ୍ମ ଦେଇଥିଲେ । ଉଭୟ ମା’ ଓ ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶଚନ୍ଦ୍ର ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାପରେ ଜିଲ୍ଲାପାଳ ପ୍ରାଥମିକ ତଦନ୍ତ କରି ୮ ଜଣ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଦ୍ୟାଳୟର ୩ ଜଣ ଆସିଷ୍ଟାଣ୍ଟ ଓ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବନ କରାଯାଇଥିବାବେଳେ ଜଣେ ଏଏନଏମ ଓ ଦୁଇଜଣ ମାଟ୍ରନଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆହୋଇଛି । ଏହାସହ ଦୁଇଜଣ ରୋଷେୟା-ସହାୟକଙ୍କୁ ମଧ୍ୟ ଜିଲ୍ଲାପାଳ କାର୍ଯ୍ୟରୁ ଅବ୍ୟାହତି ଦେଇଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version