ଗଜପତି ୨୪/୩ : ମାରିଙ୍ଗି ଆବାସିକ ଛାତ୍ରୀ ନିବାସରେଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତ୍ର ଭୋଜନ ଖାଇବା ପରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ଟୁନି ରଇତ ନାମକ ଜଣେ ଛାତ୍ରୀ ମାରିଙ୍ଗି ସେବାଶ୍ରମ ସ୍କୁଲରେ ପାଠପଢନ୍ତି । ପ୍ରତିଦିନ ପରି ଗତକାଲି ମଧ୍ୟ ସେ ସେବାଶ୍ରମରେ ରାତ୍ର ଭୋଜନ କରିଥିଲେ । କିନ୍ତୁ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏତତ୍ ବ୍ୟତୀତ ଆଉ ୫ଛାତ୍ରୀ ମଧ୍ୟ ଭୋଜନ କରିସାରି ଅସୁସ୍ଥ ହୋଇଥିବା ଜଣାପଡିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପାରଲାଖେମୁଣ୍ଡି ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଘଟଣାର କାରଣ କଣ ହୋଇପାରେ ତାକୁ ନେଇ ତଦନ୍ତ ଜାରି ରହିଛି ।