ରାଜ୍ୟ

ଜଗନ୍ନାଥ ସେନାର ଆବେଦନ ସୁପ୍ରିମ୍ କୋର୍ଟରେ ଖାରଜ

Published

on

ନୂଆଦିଲ୍ଲୀ ୩/୧୨ : ପୋଲିସ ବିରୁଦ୍ଧରେ ଶ୍ରୀ ଜଗନ୍ନାଥ ସେନା କରିଥିବା ଏକ ଆବେଦନ ସୁପ୍ରିମ୍ କୋର୍ଟରେ ଖାରଜ ହୋଇଯାଇଛି । ପୁରୀରେ ବନ୍ଦ ପାଳନ ବେଳେ ପୋଲିସ ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ଧରି ଶ୍ରୀମନ୍ଦିର ଭିତରେ ପଶିଥିôବାରୁ ଏହାର ସିବିଆଇ ତଦନ୍ତ ଦାବି କରି ଜଗନ୍ନାଥ ସେନା ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲା । ତେବେ ସୁପ୍ରିମ୍ କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ବିରୁଦ୍ଧରେ ପ୍ରତିବାଦ କରି ଶ୍ରୀ ଜଗନ୍ନାଥ ସେନା ଗତ ଅକ୍ଟୋବର ୩ ତାରିଖରେ ପୁରୀ ବନ୍ଦ ଡାକରା ଦେଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version