ବଣାଇ ୨/୨ : କେ ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳପଟ୍ଟା ଅଂଚଳରୁ ମାଓବାଦୀମାନେ ପୋତିଥିବା ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି । ଲ୍ୟାଣ୍ଡମାଇନଟିର ଓଜନ ପ୍ରାୟ ୧୫ କିଲୋ । ପୋଲିସ ଓ ସିଆରପିଏଫ ଯବାନମାନେ କମ୍ବିଂ ଅପରେଶନ ଚଳାଇଥିବାବେଳେ ଲ୍ୟାଣ୍ଡମାଇନଟିକୁ ଠାବ କରିଥିଲେ । ପରେ ଲ୍ୟାଣ୍ଡମାଇନଟିକୁ ନିଷ୍କ୍ରିୟ କରାଯାଇଥିଲା । ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ।