ରାଇରଙ୍ଗପୁର ୨୬/୧୨ : ବୁଧବାର ଦିନ ତିରିଙ୍ଗି ଥାନା ଅନ୍ତର୍ଗତ ଖେସେଲଡିହ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଯବୁକ-ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ଉଭୟେ ପ୍ରେମିକ-ପ୍ରେମିକା ବୋଲି ଚର୍ଚ୍ଚା ହେଉଛି । ମୃତ୍ୟୁର ସଠିକ କାରଣ ଜଣାପଡ଼ିନଥିଲେ ମଧ୍ୟ ପ୍ରେମଜନିତ କାରଣରୁ ସେମାନେ ଏଭଳି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି ।