ସୁକୁମା ୬/୬ : ୨ ମାସ ତଳେ ପୋଲିସ ନିକଟରେ ଆତ୍ମ ସର୍ମପଣ କରିଥିଲେ ମାଓ କମାଣ୍ଡର ଅର୍ଜୁନ୍ । ଏବେ ସମାଜର ମୁଖ୍ୟସୋତ୍ରରେ ସେ ସାମିଲ ହେବା ପରେ ଏବେ ସମାଜ ପାଇଁ ବୃକ୍ଷରୋପଣର ବାର୍ତା ଦେଇଛନ୍ତି ସେ । ଗତକାଲି ଥିଲା ବିଶ୍ୱ ପରିବେଶ ଅବସରରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଏକ କାର୍ୟ୍ୟକ୍ରମ । ଏଥିରେ ମଂଚରେ ଉପସ୍ଥିତ ରହି ସମସ୍ତଙ୍କୁ ଜଙ୍ଗଲ ଜମି ନଷ୍ଟ ନକରି ଏଥିରେ ବୃକ୍ଷ ରୋପଣ ଜରିଆରେ ପରିବେଶକୁ ରକ୍ଷା କରିବାକୁ ସେ ବାର୍ତା ଦେଇଥିଲେ । ୨୦୧୪ ମସିହା ଠାରୁ ସେ ସୁକୁମା ଜିଲ୍ଲା ଦୋରାନାପାଲ ଅଂଚଳରେ ସକ୍ରିୟ ରହି ଛୋଟ ବଡ ଅନେକ ହିଂସାରେ ସମ୍ପୃକ୍ତ ଥିଲେ । ହେଲେ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ, ଅର୍ଜୁନଙ୍କର ଏହି ଉଦ୍ୟମକୁ ସଭିଏଁ ପ୍ରଶଂସା କରିଛନ୍ତି ।