କେନ୍ଦୁଝର ୨୧/୪ : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପୋଲିଂ ବୁଥକୁ ଯିବା ପୂର୍ବରୁ ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ମୃତକ ପୋଲିଂ ଅଧିକାରୀ ଚଚମ୍ପୂଆ ହାଇସ୍କୁଲ କର୍ମଚାରୀ ଅଭୟ କୁମାର ସେଠୀ । ଅଭୟଙ୍କ ଡ୍ୟୁଟି ଘସିପୁରା ୨୧ ଏଫସି ବୁଥ ୧୪୯ରେ ଥିଲା । ସେ ଡେସପାଚ୍ ରୁମରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆନନ୍ଦପୁର ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଅଭୟଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପହଂଚିବା ପରେ ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ପଠାଯିବ ।