ଦେଶ ବିଦେଶ

ଜନ ସେନା ପାର୍ଟି ପ୍ରାର୍ଥୀଙ୍କ ଭୋଟଦାନ କେନ୍ଦ୍ରରେ ତୁମୁଳକାଣ୍ଡ

Published

on

ଆନ୍ଧ୍ରପ୍ରଦେଶର ୧୧/୪ : ଜନ ସେନା ପାର୍ଟିର ପ୍ରାର୍ଥୀଙ୍କ ଭୋଟଦାନ କେନ୍ଦ୍ରରେ ତୁମୁଳକାଣ୍ଡ । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେଉଥିବା ବେଳେ ଜନ ସେନାର ପ୍ରାର୍ଥୀ ଇଭିଏମ ମେସିନ ଭାଙ୍ଗି ଦେଇଛନ୍ତି । ପରେ ତାଙ୍କୁ ପୋଲିସ ଗିରଫ କରି ନେଇଛି । ପୋଲିସର କହିବା ଅନୁଯାୟୀ, ମଧୁସୂଦନ ଗୁପ୍ତା ନାମକ ପ୍ରାର୍ଥୀ ଅନ୍ତନପୁର ଜିଲ୍ଲା ଅନ୍ତର୍ଗତ ଗୁଣ୍ଟାକଳର ଏକ ପୋଲିଂ ବୁଥରେ ଏଭଳି ଭଙ୍ଗାରୁଜା କରିଛନ୍ତି ।
ସୂଚନା ଅନୁଯାୟୀ, ମଧୁସୂଦନ ଗୁପ୍ତା ପୋଲିଂ ବୁଥକୁ ଭୋଟ ଦେବାକୁ ଆସିଥିବା ବେଳେ କୌଣସି କାରଣରୁ ନିର୍ବାଚନ କର୍ମଚାରୀଙ୍କ ଉପରେ ରାଗି ଯାଇଥିଲେ । ତାଙ୍କ କହିବା ଅନୁଯାୟୀ, ଇଭିଏମରେ ସଂସଦୀୟ ଓ ବିଧାନସଭା ସିଟ୍ ଭାବରେ ଦେଖାଯାଉନଥିଲା । ଏଏନଆଇ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ମଧୁସୂଦନ ଇଭିଏମକୁ ଉଠାଇ ଚଟାଣରେ ଫୋଫାଡୁଛନ୍ତି । ଯାହାପରେ ଇଭଏମଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version