ଅପରାଧ

ଜମି ବିବାଦ ନେଲା ବୃଦ୍ଧଙ୍କ ଜୀବନ

Published

on

ବାଲିଗୁଡ଼ା ୨୯/୧୧ : ବାଲିଗୁଡ଼ା ଅଂଚଳରେ ଜମି ବିବାଦ ଲାଗି ଜଣେ ବୃଦ୍ଧଙ୍କ ଜୀବନ ଯାଇଛି । ଏଭଳି ଦୁଃଖଦ ହତ୍ୟାକାଣ୍ଡ ଘଟିଛି ଦୁଦୁଲିପଦର ଗ୍ରାମରେ । ଜମିବାଡ଼ି ବିବାଦକୁ ନେଇ ପୁରେନ୍ଦ୍ର ମାଝୀ ନାମକ ଏହି ବୃଦ୍ଧଙ୍କ ସହ ଅଭିଯୁକ୍ତଙ୍କର ପୂର୍ବରୁ ବିବାଦ ରହିଥିଲା । ଗୁରୁବାର ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାପରେ ତାହା ଉଗ୍ର ରୂପ ନେଇଥିଲା । ଅଭିଯୁକ୍ତ ଜଣକ ନିଜ କ୍ରୋଧ ସମ୍ବରଣ କରିନପାରି ବୃଦ୍ଧଙ୍କୁ ହତ୍ୟା କରିଥିଲେ । ଏହାପରେ ଅଭିଯୁକ୍ତ ଥାନାରେ ଆତ୍ମ ସମର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version