ଶ୍ରୀନଗର ୨୩/୧ : ଜମ୍ମୁ କାଶ୍ମୀରର ବାରମୂଳା ଅଂଚଳରେ ନିରାପତ୍ତାବାହିନୀ ସହ ସଂଘର୍ଷରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଆଜି ବାରମୂଳାର ବିନର ଅଂଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ନିରାପତ୍ତାବାହିନୀ ସମ୍ପୃକ୍ତ ଅଂଚଳକୁ ଘେରାଉ କରି ତଲାସି ଅଭିଯାନ ଆରମ୍ଭ କରିଥିଲା । ଏତିକିବେଳେ ଆତଙ୍କବାଦୀମାନେ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ । ନିରାପତ୍ତାବାହିନୀ ପକ୍ଷରୁ ମଧ୍ୟ ପ୍ରତି ଆକ୍ରମଣ କରାଯାଇଥିଲା । ଏଥିରେ ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।