ଭଦ୍ରକ ୨୯/୩ : ଗ୍ରାମାଚଂଳ ଥାନା ଅନ୍ତର୍ଗତ ବଣିଆ ଗାଁରେ ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ୩ ପରିବାରର ୧୦ ବଖରା ଘର ଜଳିଯାଇଥିବା ବେଳେ ୫ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି ରାତିରେ ଅସାବଧାନତା କାରଣରୁ ଭଦ୍ରକର ବଣିଆ ଗାଁରେ ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡରେ ୩ଟି ପରିବାରର ୧୦ ବଖରା ଘରେ ନିଆାଁ ଲାଗିଯାଇଛି । ଏହାସହ ୫ଟି ଗୋରୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସ୍ଥାନୀୟ ଲୋକେ ଏ ସଂପର୍କରେ ଅଗ୍ନିଶମ ବାହିନୀ ସହ ପୋଲିସକୁ ଖବର ଦେଇଥିଲେ ।