ରାଜ୍ୟ

ଜାନୁଆରୀରେ ପୁଣି ଆସିବେ ପ୍ରଧାନମନ୍ତ୍ରୀ

Published

on

ଭୁବନେଶ୍ୱର ୨୧/୧୨ : ପ୍ରଧାନମନ୍ତ୍ରୀ ଆସନ୍ତା ୨୪ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ଆସନ୍ତା ମାସରେ ପୁଣିଥରେ ଓଡ଼ିଶା ଆସିବେ । ସେ ୫ ତାରିଖରେ ବାରିପଦା ଆସି ସେଠାରେ କେତେକ କାର୍ଯ୍ୟକ୍ରମ ଓ ସଭାରେ ଯୋଗଦେବେ । ପରେ ପୁଣି ୧୬ ତାରିଖରେ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଯିବେ । ସେଠାରେ ମଧ୍ୟ କିଛି କାର୍ଯ୍ୟକ୍ରମରେ ସେ ଯୋଗଦେବେ ବୋଲି ସୂଚନା ମିଳିଛି । ତେବେ ତାଙ୍କ କାର୍ଯ୍ୟକ୍ରମଗୁଡ଼ିକର ସବିଶେଷ ବିବରଣୀ ମିଳିନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version