ରାଞ୍ଚି:ପ୍ରଧାନମନ୍ତ୍ରୀ କେର ପାଣ୍ଠିକୁ ଦାନ ଦିଅ ଜାମିନରେ ଯାଅ।
ଏହିଭଳି ଏକ ଅର୍ଡର ଦେଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ ।
ବିଜେପିର ଏକ ପୂର୍ବତନ ସାଂସଦ ସୋମ ମାରାଣ୍ଡି ଏବଂ ତାଙ୍କର ଛଅଜଣ ସହଯୋଗୀଙ୍କୁ ଜାମିନ ଦେବାବେଳ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ଝାଡ଼ଖଣ୍ଡର ପାକୁର ଜିଲ୍ଲାରେ 2012ରେ ହୋଇଥିବା ଏକ ରେଳ ରୋକ ଆନ୍ଦୋଳନ ପାଇଁ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୁର୍ବତନ ସାଂସଦ ତଳ କୋର୍ଟ ରାୟ ବିରୁଦ୍ଧରେ ହାଇକୋର୍ଟରେ ପିଟିସନ ଦାଖଲ କରିବା ସଙ୍ଗେ ସଙ୍ଗେ ଜାମିନ ପାଇଁ ଆବେଦନ କରିଥିଲେ ।
ମାମଲାରେ ଜାମିନ ଦେଲାବେଳେ ଝାଡ଼ଖଣ୍ଡ ହାଇକୋର୍ଟର ବିଚାରପତି ଅନୁଭା ରାବତ ଚୌଧୁରୀ ପୂର୍ବତନ ସାଂସଦ ଏବଂ ତାଙ୍କର ୬ଜଣ ସହଯୋଗୀଙ୍କୁ ଜାମିନ ସର୍ତ ଭାବେ ପ୍ରଧାନମନ୍ତ୍ରୀ କେର ପାଣ୍ଠିକୁ 35,000 ଟଙ୍କା ଲେଖାଏଁ ଦାନ ଦେବା ସଙ୍ଗେ ସଙ୍ଗେ ଆରୋଗ୍ୟ ସେତୁ ମୋବାଇଲ ଆପ୍ଲିକେସନ ଡାଉନଲୋଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ମହାମାରୀ ସମୟରେ ଏଭଳି ଏକ ଜାମିନ ସର୍ତକୁ ଅଭିନବ ଏବଂ ସ୍ୱାଗତଯୋଗ୍ୟ ବୋଲି ଆଇନଜୀବି ମହଲରେ ଚର୍ଚ୍ଚା ହେଉଛି।