ଦେଶ ବିଦେଶ

ସୁରକ୍ଷା ଏଜେନ୍ସି ଅଧିକାରୀଙ୍କ ସହ ଅମିତ ଶାହାଙ୍କ ବୈଠକ : ଜାରି ହେଲା ୧୦ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ତାଲିକା

Published

on

ନୂଆଦିଲ୍ଲୀ ୪/୬ : ଅମିତ ଶାହା ସୁରକ୍ଷା ଏଜେନ୍ସିର ଅଧିକାରୀମାନଙ୍କ ସହ ବୈଠକ କରିବା ସହ ଆତଙ୍କବାଦୀଙ୍କ ବିରୋଧରେ ନୂଆ ରଣନୀତି ଆପଣାଇଛନ୍ତି । ଏହି ସମୟରେ ୧୦ ଆତଙ୍କବାଦୀଙ୍କ ତାଲିକା ଜାରି ହୋଇଛି । ଆଉ ଏହି ଆତଙ୍କବାଦୀମାନେ ଏବେ ସୁରକ୍ଷା ବାହିନୀଙ୍କ ଟାର୍ଗେଟରେ ରହିଛନ୍ତି । କାଶ୍ମୀରର ଭିନ୍ନ ଭିନ୍ନ ଜିଲ୍ଲାରେ କାମ କରୁଥିବା ଆତଙ୍କବାଦୀ ସଙ୍ଗଠନ ତାଲିକା ମଧ୍ୟରୁ ହିଜବୁଲ ମୁଜାହିଦ୍ଦିନ, ଲସ୍କର-ଏ-ତୋଏବା, ଜୈସେ-ଏ-ମହମ୍ମଦ ଓ ଅଲ ବଦର ସଙ୍ଗଠନର କିଛି ମୋଷ୍ଟ ୱାେଂଟଡ ଆତଙ୍କବାଦୀଙ୍କ ନାଁ ସାମିଲ ଅଛି ।
ଏହି ତାଲିକାର ୧ ନମ୍ବରରେ ରହିଛି ରିୟାଜ ନାଇକୁ ଓରଫ ମୋମମ୍ମଦ ବିନ କାସିମ । ଏ ପ୍ଲସ ପ୍ଲସ ଶ୍ରେଣୀର ଆତଙ୍କବାଦୀ । ବାନ୍ଦିପୋରାର ବାସିନ୍ଦା ୨୦୧୦ରୁ ଆତଙ୍କୀ କାର‌୍ୟ୍ୟକଳାପରେ ସାମିଲ । ଦୁଇ ନମ୍ବରରେ ରହିଛି ବସିମ ଅହମ୍ମଦ ଓରଫ ଓସାମା । ଲସ୍କର-ଏ-ତୋଏବା ଆତଙ୍କୀ ସଙ୍ଗଠନରେ ସକ୍ରିୟ । ସୌପିୟାନରେ ସଙ୍ଗଠନର ଡିଷ୍ଟ୍ରିକ୍ଟ କମାଣ୍ଡର । ୩ନମ୍ବରରେ ମହମ୍ମଦ ଅସରଫ ଖାନ ଓରଫ ଅଶରଫ ମୌଲବୀ । ୧୦ ଜଣିଆ ମୋଷ୍ଟ ୱାେଂଟଡ ତାଲିକାର ତୃତୀୟ ଅଛି ମହମ୍ମଦ ଅଶରଫ । ହିଜିବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ । ଅନନ୍ତନାଗରେ ଅଛି ସକ୍ରିୟ । ୪ ନମ୍ବରରେ ମେହରାଜୁଦ୍ଦିନ । ସୁରକ୍ଷାବଳର ହିଟ ଲିଷ୍ଟରେ ସାମିଲ । ହିଜିବୁଲ ମୁଜାହିଦ୍ଦିନରେ ସକ୍ରିୟ । ବାରମୁଲାରେ ହିଜିବୁଲର ଡିଷ୍ଟ୍ରିକ୍ଟ କମାଣ୍ଡର । ୫ନମ୍ବରରେ ଡା.ସୈଫୁଲ୍ଲା ସୁରକ୍ଷାବାହିନୀ ଟାର୍ଗେଟରେ ରହିଛି ଏହି ଆତଙ୍କବାଦୀ । ଶ୍ରୀନଗରରେ ହିଜିବୁଲ କ୍ୟାଡର ବିସ୍ତାର କରିବା ଦିଗରେ କାମ କରୁଛି । ୬ନମ୍ବରରେ ରହିଛି ଅରଶଦ ଉଲ ହକ । ପୁଲୱାମାରେ ହିଜିବୁଲର କମାଣ୍ଡର । ଏ ପ୍ଲସ ପ୍ଲସ ଶ୍ରେଣୀର ଆତଙ୍କବାଦୀ । ସୁରକ୍ଷାବାହିନୀର ହିଟ ଲିଷ୍ଟରେ ସାମିଲ । ୭ ନମ୍ବରରେ ହାଫିଜ ଉମର । ଜେଇଏମ ଆତଙ୍କବାଦୀ ସଙ୍ଗଠନ ସହ ସକ୍ରିୟ । ବାଲାକୋଟରେ ଟ୍ରେନିଙ୍ଗ ନେଇ ଭାରତରେ କରିଥିଲା ଅନୁପ୍ରବେଶ । ଆତଙ୍କୀ ସଙ୍ଗଠନ ଜୈଶର ମୁଖ୍ୟ କମାଣ୍ଡର ।

Leave a Reply

Your email address will not be published. Required fields are marked *

Trending

Exit mobile version