ଆସିକା ୧/୧ : ଆସିକାରେ ଗତକାଲି ଜିରୋ ନାଇଟର ଅବ୍ୟବହିତ ପୂର୍ବରୁ ଗୁଳି ଫୁଟିଛି । ଏଥିରେ ବିଜେଡ଼ିର ଜଣେ ସ୍ଥାନୀୟ ନେତାଙ୍କ ଜୀବନ ଯାଇଛି । ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଖାରିଆ ସରପଂଚ ଅରବିନ୍ଦ ଲେଙ୍କାଙ୍କ ବଡ଼ଭାଇ ତଥା ବିଜେଡ଼ି ନେତା ସଦାନନ୍ଦ ଲେଙ୍କା ଜଣେ ସହଯୋଗୀଙ୍କ ସହ ବାଇକରେ ନିଜ ଘରକୁ ଫେରୁଥିବାବେଳେ ସହରର ମୁଖ୍ୟରାସ୍ତା କଲେଜ ଛକ ଡିପଲ ସ୍କୁଲ ନିକଟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ବାଇକରେ କିଛି ଦୁର୍ବୃତ୍ତ ଆସି ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ସଦାନନ୍ଦଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପ ।ଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଛି । ସଦାନନ୍ଦଙ୍କ ସହଯୋଗୀଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ପୂର୍ବ ବିବାଦକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।