ବଲାଙ୍ଗିର ୫/୧୨ : ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ସ୍ଥାନୀୟ ଆଇନଜୀବୀମାନେ କରିଥିବା ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ôଚଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟକୁ ଯିବା ପାଇଁ ଗେଟ୍ ଭିତରେ ପଶିଥିଲେ ହେଁ ଆନ୍ଦୋଳନକାରୀ ଓକିଲମାନେ ତାଙ୍କୁ ସେଠାରୁ ଫେରାଇ ଦେଇଛନ୍ତି । ଆନ୍ଦୋଳନକାରୀମାନେ ମଧ୍ୟ ଜିଲ୍ଲାପାଳ ଅଫଇସର କର୍ମଚାରୀମାନଙ୍କୁ ଗେଟ୍ ଭିତରେ ପୁରାଇ ଦେଇନଥିଲେ । ଫଳରେ କାର୍ଯ୍ୟାଳୟରେ କାମ ଠପ୍ ହୋଇଯାଇଛି । ଜିଲ୍ଲାପାଳ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବାର ଥିଲା