ଭୁବନେଶ୍ୱର ୧/୧୨ : ଜି ଗ୍ରୁପ୍ର କାର୍ଯ୍ୟାଳୟ ଉପରେ ଆୟକର ଚଢ଼ାଉ ହୋଇଛି । ଆୟକର ବିଭାଗର କର୍ମକର୍ତାମାନେ ଦୁଇଟି ସ୍ଥାନରେ ଏଭଳି ଚଢ଼ାଉ କରିଛନ୍ତି । ଗ୍ରୁପ୍ର ମୁଖ୍ୟ ଆଶିଷ୍ ଗର୍ଗଙ୍କ ବାସଭବନ ଓ ଅଫିସ ଉପରେ ଆୟକର ଅଧିକାରୀମାନେ ଚଢ଼ାଉ କରିଥିଲେ । ଆୟକର ଫାଙ୍କି ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।