କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ ଗଣଦୁଷ୍ମର୍ମ ଘଟଣାରେ ୭ ଜରଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି । ଦୁଷ୍କର୍ମ ଘଟଣାରେ ୪ ଜଣ ଓ ଭିଡିଓ ଭାଇରାଲ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ ଅଭିଯୁକ୍ତମାନେ ଜଙ୍ଗଲରେ ଭୋଜି କରିବା ସମୟରେ ଯୁବତୀଙ୍କୁ ଅଟକାଇ ଦୁଷ୍କର୍ମ କରିଥିଲେ । ଯୁବତୀଙ୍କୁ ଲିଫ୍ଟ ଦେଇଥିବା ଡ୍ରାଇଭର ମୁଖ୍ୟ ସାକ୍ଷୀ ରହିଛି । କିନ୍ତୁ ଡ୍ରାଇଭରର କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ଏସିପି । ତେବେ ମୋଟ ୭ ଜଣ ଏହି ମାମଲାରେ ଗିରଫ ହୋଇଛନ୍ତି । ଏହି ଘଟଣାକୁ ଅଭିଯୁକ୍ତମାନେ ମଧ୍ୟ ମୋବାଇଲରେ ଭିଡିଓ କରି ଭାଇରାଲ କରିଥିଲେ ।