ରାଜ୍ୟ

ଜୁନ୍ ୨୬ରେ ଖୋଲିବ ସ୍କୁଲ :ଗଣଶିକ୍ଷା ବିଭାଗ

Published

on

ଭୁବନେଶ୍ୱର ୧୮/୬ : ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା ୨୫ ତାରିଖ ଯାଏଁ ଛୁଟି ରହିବ ଓ ୨୬ ତାରିଖରେ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତିି ନିଆଯାଇଛି । ଜୁନ୍ ୨୫ ତାରିଖ ଯାଏଁ ଖରାଛୁଟିକୁ ବୃଦ୍ଧି କରାଯାଇଥିବା ସ୍ପଷ୍ଟ କରିଛନ୍ତି ସରକାର । ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ପୂର୍ବରୁ ସ୍ଥିର ହୋଇଥିବା ବେଳେ ଖରାଛୁଟିର ଅବଧିକୁ ବଢାଇଛନ୍ତି ସରକାର । ଜୁନ୍ ୨୬ରେ ସ୍କୁଲ ଖୋଲିବା ନେଇ ସ୍ପଷ୍ଟ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ । ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ହେଉଥିବାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ସରକାର ।

Leave a Reply

Your email address will not be published. Required fields are marked *

Trending

Exit mobile version