ରାଜ୍ୟ

ଜୁନ ୧୭ ସୁଦ୍ଧା ଶ୍ରୀମନ୍ଦିର ସ୍ୱାଭାବିକ ହେବ : ଶ୍ରୀମନ୍ଦିର

Published

on

ପୁରୀ ୧୯/୫ : ଜୁନ ୧୭ ତାରିଖ ସୁ୍ଦ୍ଧା ସରିବ ଶ୍ରୀମନ୍ଦିର ମରାମତି କାମ । ଶ୍ରୀମନ୍ଦିର କ୍ଷୟକ୍ଷତିର ସ୍ଥିତି ପରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବାତ୍ୟା ଫୋନିରେ ଶ୍ରୀମନ୍ଦିରର ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ ।
ସିଂହଦ୍ୱାରର ଭାଙ୍ଗିଥିବା ଜୟ ମୂର୍ତି, ଭୋଗ ମଣ୍ଡପର ଭାଙ୍ଗିଥିବା କଳସ, କ୍ଷତିଗ୍ରସ୍ତ ବଟ ବୃକ୍ଷ ବୁଲି ଦେଖିଥିଲେ । ଜୁନ ୧୭ ତାରିଖ ସୁଦ୍ଧା ସମସ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଗକୁ ରଥଯାତ୍ରା ଆସୁଥିବାରୁ, ଏହା ପୂର୍ବରୁ କିଭଳି ସମସ୍ତ ମରାମତି କାମ ଶେଷ କରାଯିବ, ସେନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version