ରାଜ୍ୟ

ଜେଇଇ ପରୀକ୍ଷା ଦେଉଛନ୍ତି ୩୨୬୧ ଛାତ୍ରଛାତ୍ରୀ

Published

on

ଭୁବନେଶ୍ୱର ୨୭/୫ : ଦେଶରେ ୧ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ ଆଇଆଇଟି ପଞ୍ଜୀକରଣ କରିଛନ୍ତି । ଓଡ଼ିଶାରୁ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୩୨୬୧ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରି ପରୀକ୍ଷା ଦେଇଛନ୍ତି ।
ଜେଇଇ ଆଡଭାନ୍ସଡରେ ଦୁଇଟି ପେପର୍ ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ପେପର-୧ ଓ ଅପରାହ୍ନ ୨ଟାରୁ ୪ଟା ଯାଏ ପେପର୍-୨ ପରୀକ୍ଷା କରାଯିବ । ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଏକ ଘଣ୍ଟା ସମୟ ଦିଆଯିବ । ଭୁବନେଶ୍ୱର, ବ୍ରହ୍ମପୁର, କଟକ ଓ ରାଉରକେଲା ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା ପାଇଁ ବିଭିନ୍ନ କଟକଣା ଜାରି କରାଯାଇଛି । ପରୀକ୍ଷା କେନ୍ଦ୍ର ଭିତରକୁ ପେନ୍ସିଲ୍, ଆଡମିଟ୍ କାର୍ଡ ଓ ଫଟୋ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ମାତ୍ର କଲମ ନେଇପାରିବେ ନାହିଁ । ସେହିପରି ବୈଦ୍ୟୁତିକ ସାମଗ୍ରୀ ଯଥା ମୋବାଇଲ୍ ଫୋନ୍, ସ୍ମାର୍ଟ ଫୋନ୍, କାଲ୍‌କ୍ୟୁଲେଟର, ଆଇପ୍ୟାଡ୍, ଟ୍ୟାବ, ଡିଜିଟାଲ ଘଣ୍ଟା ନେଇ ହେବ ନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version