ରାଜ୍ୟ

ଜେଇଙ୍କୁ ଉଠବସ୍ କରିବା ଘଟଣାର ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Published

on

ପାଟଣାଗଡ ୬/୬ : ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠବସ୍ କରିବା ଘଟଣାରେ ନୂଆ ମୋଡ । ଉପଜିଲ୍ଲାପାଳଙ୍କୁ ଭିଡିଓର ସତ୍ୟାସତ୍ୟ ନେଇ ରିପୋର୍ଟ ତଲବ କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ।
ଅନ୍ୟପଟେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଦବଙ୍ଗଗିରି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅରବିନ୍ଦ ଢାଲି । ସେ କହିଛନ୍ତି, ସୋସିଆଲ ମିଡିଆରେ ଅନେକ ସମୟରେ ଭୁଲ ଘଟଣା ମଧ୍ୟ ଆସିଥାଏ । ତେବେ ଯଦି ଏହି ଘଟଣା ସତ ହୋଇଥିଲେ ଅସମୀଚୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁଲ ଠିକର ବିଚାର କରି ପଦକ୍ଷେପ ନେବେ ।
ସୂଚନା ଅନୁଯାୟୀ, ନିମ୍ନ ମାନର ରାସ୍ତା କାମ ପାଇଁ ରାସ୍ତା ଉପରେ ସହକାରୀ ଯନ୍ତ୍ରୀଙ୍କୁ ତାଗିଦ୍ କରିବା ସହ ଉଠବସ୍ କରାଇଥିଲେ ନବ ନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର । ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ନେଇ ଦେଖିବା ପରେ ତାତି ଉଠିଥିଲେ ବିଧାୟକ । କୋଦାଳରେ ଖୋଳିଲେ ବି ପିଚୁ ଉଠିଯାଉଛି । କେବଳ ସେତିକି ନୁହଁ ହାତରେ ପିଚୁ ଖଣ୍ଡକୁ ଟାଣିଲେ ବି ଖଣ୍ଡ ଖଣ୍ଡ ହୋଇ ଉଠିଯାଉଛି । ଏପରି ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ, ଏହି ରାସ୍ତା କାମର ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version