ନୂଆଦିଲ୍ଲୀ ୨୪/୫ : କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପୁର୍ନବାର ଅର୍ଥ ମନ୍ତ୍ରଣାଳୟର କାର୍ୟ୍ୟଭାର ଦିଆଯିବ ନାହିଁ। ମନ୍ତ୍ରଣାଳୟର ବିଶ୍ଵସ୍ତ ସୂତ୍ରରୁ ଏହି ଖବର ମିଳିଛି। ସୂତ୍ର ମୁତାବକ ଅରୁଣ ଜେଟଲୀ ଅର୍ଥ ମନ୍ତ୍ରଣାଳୟ ପରି ଏହି ମହତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ନେଇ ଇଚ୍ଛା ପ୍ରକାଶ କରି ନପାରନ୍ତି, କାରଣ ଗତ ଦିନରେ ତାଙ୍କ ସ୍ଵାସ୍ଥ୍ୟରେ ଅବନ୍ନତି ଘଟିଛି।
ଏହାର ସୂଚନା ଦେଇଥିବା ବ୍ୟକ୍ତି କହିଛନ୍ତି ଯେ, ନିଶ୍ଚିତ ରୂପେ ଏହା କୁହାଯାଇ ପାରିବ ନାହିଁ ଯେ ଅରୁଣ ଜେଟଲୀ ଦେଶର ଅର୍ଥମନ୍ତ୍ରୀ ହେବେ, କାରଣ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଠିକ୍ ନାହିଁ। ହୋଇପାରେ ତାଙ୍କୁ ଅପେକ୍ଷାକୃତ କମ ମହତ୍ଵପୂର୍ଣ୍ଣ କୌଣସି ମନ୍ତ୍ରଣାଳୟ ଦିଆଯାଇ ପାରେ। ଉଲ୍ଲେଖଯୋଗ୍ୟ, ବିଜେପି ୨୦୧୯ରେ ନିଜ ଦମରେ ଏକାକୀ ୩୦୦ରୁ ଅଧିକ ଆସନରେ ବିଜୟୀ ହୋଇଛି।
ଜେଟଲୀଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା, ମାତ୍ର ସେ କୌଣସି ଉତ୍ତର ଦେଇନଥିଲେ କି ଟେଲିଫୋନ ବି ଉଠାଇନଥିଲେ। ଜେଟଲୀଙ୍କ ବ୍ୟକ୍ତିଗତ ସଚିବ ଏସ.ଡି ରାଣାକୋଟି ତଥା ସହାୟକ ସଚିବ ଏସ.ଡି. ରାଣାକୋଟି ତଥା ସହାୟକ ସଚିବ ପଦ୍ମ ସିଂହ ଜାମଓ୍ଵାଲ ମଧ୍ୟ ଏହି ବିଷୟରେ ଇ ମେଲରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ମିଳିନଥିଲା।
ସୂଚନାଯୋଗ୍ୟ, ବିଜେପି ଓ ସରକାରରେ ନରେନ୍ଦ୍ର ମୋଦୀ ତଥା ଅମିତ୍ ଶାହାଙ୍କ ପରେ ତୃତୀୟ ସବୁଠୁ ବଡ଼ ନେତାଙ୍କ ମଧ୍ୟରୁ ଅନ୍ୟତମ ଜେଟଲୀ ଗୁରୁବାର ରାତିରେ ବିଜେପି ମୁଖ୍ୟାଳୟରେ ହୋଇଥିବା ସମାରୋହରେ ଯୋଗ ଦେଇପାରିନଥିଲେ। ଗତ ଦୁଇ ସପ୍ତାହ ହେବ ତାଙ୍କୁ ସାର୍ବଜନୀନ ରୂପେ ଦେଖିବାକୁ ମଧ୍ୟ ମିଳୁନାହିଁ।