କଲମ୍ବୋ: ଫେରାର କଏଦୀକୁ ଧରିବାକୁ ଯାଇ ଶ୍ରୀଲଙ୍କା ପୋଲିସ ନୟାନ୍ତ ହେଲାଣି। କେଉଁଠି ଖୋଜିବ ତାକୁ ନେଇ ଅଡୁଆରେ ପୋଲିସ ବାହିନୀ।
ଏ କଏଦୀ ଏମିତି ସେମିତି କଏଦୀ ନୁହେଁ। ଏ କଏଦୀଟି ହେଉଛି ଏକ ଚତୁର ବିଲେଇ।
ବିଲେଇଟିକୁ ଶ୍ରୀଲଙ୍କା ପୋଲିସ ବହୁ କଷ୍ଟରେ ଗିରଫ କରିଥିଲେ। ଡ୍ରଗ ଚୋରାଚାଲଣରେ ଲିପ୍ତ ଏହି ବିରଡିକୁ ଠାବ କରିବା ପୋଲିସ ପକ୍ଷରେ କଷ୍ଟକର ଵ୍ୟାପାର ଥିଲା। ଗିରଫ ବେଳେ ବିରାଡି ବେକରେ ବନ୍ଧା ହୋଇଥିବା ଏକ ପୁଡିୟ।ରୁ ଦୁଇ ଗ୍ରାମ ହେରାଇନ, ଦୁଇଟି ସିମ କାର୍ଡ ଓ ଗୋଟିଏ ମେମୋରୀ ଚିପ ଜବତ କରାଯାଇଥିଲା। ଵୈଳୀକାଡା ଜେଲର ଏକ କୋଠରୀରେ ବିଲେଇଟିକୁ ବନ୍ଦୀକରି ରଖା ଯାଇଥିଲା। ହେଲେ ଗତ ରବିବାର ରାତିରେ ବିଳେଇଟି ଫେରାର ହୋଇଯାଇଛି।
ସଂପ୍ରତି ଶ୍ରୀଲଙ୍କାରେ ଡ୍ରଗ କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଜେଲଗୁଡିକରେ ଡ୍ରଗ କାରବାର ଉତ୍କଟ ହେବାରେ ଲାଗିଛି। ନିକଟରେ ଜେଲ ପାଚେରୀ ଡିଆଇଁ କଏଦୀମାନଙ୍କୁ ଡ୍ରଗ, ସେଲ ଫୋନ ଆଦି ଯୋଗାଉଥିବା ଘଟଣା ଧାରା ପଡିଥିଲା।
କୌତୁହଳର ବିଷୟ ଯେ ଶ୍ରୀଲଙ୍କା ପୋଲିସ ନିକଟରେ ଏକ ଚିଲ ପକ୍ଷୀକୁ ଗିରଫ କରିଛି। ଡ୍ରଗ ମାଫିଆମାନେ ଚିଲ ମାଧ୍ୟମରେ ବିଭିନ୍ନ ଅଞ୍ଚଳକୁ ଡ୍ରଗ ଚୋରା ଚାଲାଣ କରୁଥିଲେ।
ଏହି ଗିରଫ ଚିଲ ବର୍ତମାନ ନୂତନ ମୁଣ୍ଡ ବିନ୍ଧାର କାରଣ ହୋଇଛି। ବିଲେଇଟିକୁ ହେଲେ ଖୋଜି ହେବ। ଚିଲଟି ଫେରାର ହୋଇଗଲେ ମୁସ୍କିଲ କଥା ହୋଇଯିବ।