ଅପରାଧ

ଜେଲରୁ ପଳାୟନ ଉଦ୍ୟମ ବିଫଳ

Published

on

ପାଟଣାଗଡ଼ ୨୪/୧ : ପାଟଣାଗଡ଼ ଜେଲରୁ ୫ଜଣ କଏଦୀ ଲୁଚି ପଳାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି । ଜେଲ କର୍ତ୍ତୃପକ୍ଷ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଏହି ୫ଜଣ କଏଦୀ ଡକାୟତି ଅଭିଯୋଗରେ ଜେଲରେ ଥିଲେ । ଏହି ଘଟଣା ପଛରେ ପାର୍ଶଲ ବୋମା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲର ହାତ ଥିବା କୁହାଯାଉଛି । ତେବେ ଏହା କେତେ ସତ କେତେ ମିଛ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version