ଜୟପୁର ୨୦/୨ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଟଣାଓଟରା ମଧ୍ୟରେ ଏବେ ରାଜସ୍ଥାନ ଜୟପୁର ଜେଲରେ ଏକ ବଡ ଖବର ସାମ୍ନାକୁ ଆସିଛି । ଜୟପୁର ଜେଲରେ ଥିବା ପାକିସ୍ତାନୀ କଏଦୀ ଶକୀରୁଲ୍ଲାହର ହତ୍ୟା କରାଯାଇଛି । ସେହି ଜେଲରେ ବନ୍ଦୀ ଥିବା ଅନ୍ୟ ୩ ସାଥୀ କଏଦୀମାନେ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ହତ୍ୟା ଖବର ମିଳିବା ପରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଂଚିଛନ୍ତି । ମାମଲାର ଯାଂଚ କରାଯାଉଛି ।