ଦେଶ ବିଦେଶ

ଜେଲର ଜଣେ ବିଚାରାଧୀନ ଥିବା କଏଦୀଙ୍କ ମୃତ୍ୟୁ

Published

on

ରାୟଗଡ଼ା ୨୪/୨ : ଗୁଣୁପୁର ଜେଲର ଜଣେ ବିଚାରାଧୀନ ଥିବା କଏଦୀଙ୍କ ମୃତ୍ୟୁ ଘଟିଛି । ଗୁଣୁପୁର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ।
ରାୟଗଡ଼ା ଜିଲ୍ଳା ଗୁଣୁପୁର ଜେଲର ଜଣେ ବିଚାରାଧୀନ ବନ୍ଦୀଙ୍କ ସ୍ତାନୀୟ ହସ୍ପିଟାଲରେ ମୃତ୍ୟୁ ହୋଇଛି । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ତାଙ୍କୁ ଗତକାଲି ସନ୍ଧ୍ୟାରେ ଗୁଣୁପୁର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।ଉଲ୍ଳେଖଯୋଗ୍ୟ ଯେ , ମୃତ ବନ୍ଦୀ ଜଣକ ଯାଜପୁର ଜିଲ୍ଳାର ମଧୂସୁଦନ ଗନ୍ତାୟତ । ୨୦୧୬ ମସିହାରୁ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ସେ ଗୁଣୁପୁର ଜେଲରେ ରହିଥିଲେ । ତାଙ୍କ ବିଚାର ବର୍ତ୍ତମାନ ସୁଦ୍ଧା ହୋଇନଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version