ଦେଶ ବିଦେଶ

ଜେଲ୍‌ରେ ହିଂସା : ୩୨ ମୃତ

Published

on

ତାଜାକିସ୍ତାନ ୨୦/୫ : ଜେଲ୍‌ରେ ହିଂସା ଯୋଗୁଁ ୩୨ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରେ ଜେଲ୍‌ର ୩ ଜଣ ଗାର୍ଡ ରହିଥିବା ଅନ୍ୟ ୨୯ ଜଣ କଏଦୀ ଅଛନ୍ତି । ଏ ନେଇ ନ୍ୟୁଜ୍‌ ଏଜେନ୍ସି ଏଏଫ୍‌ପି ସୂଚନା ଦେଇଛି ।
ତାଜାକିସ୍ତାନର ରାଜଧାନୀ ଦୁଶାଂବେଠାରୁ ୧୦ କିଲୋମିଟର୍‌ ଦୂରରେ ବଖ୍‌ଦତ୍‌ ଜେଲ୍‌ ରହିଛି । ସେନାର ସୂଚନା ମୁତାବକ, ପ୍ରଥମେ ଇସ୍‌ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ସଙ୍ଗଠନର ଜଣେ କଏଦୀ ଆରମ୍ଭ କରିଥିଲେ ବିବାଦ । ତା’ ନିକଟରେ ଏକ ଛୁରୀ ଥିଲା । କଏଦୀ ଜଣକ ପ୍ରଥମେ ତିନି ଗାର୍ଡଙ୍କ ସହିତ ୫ ଜଣ କଏଦୀଙ୍କୁ ହତ୍ୟା କରିଥିଲା । ଏହା ପରେ ଆଉ ୨୪ କଏଦୀଙ୍କୁ ଛୁରୀ ଭୁସି ହତ୍ୟା କରିବାରେ ସଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version