ମାଲକାନଗିରି ୨୧/୧୨ : ମାଓବାଦୀମାନେ ପାତ୍ରପୁଟରେ ଏକ ଜେସିବି ମେସିନ ପୋଡ଼ି ଦେଇଛନ୍ତି । ରାସ୍ତା ନିର୍ମାଣକୁ ବିରୋଧ କରି ସେମାନେ ଏଭଳି କାଣ୍ଡ ଘଟାଇଛନ୍ତି । ବଣ୍ଡାଘାଟିରେ ପ୍ରଶାସନ ରାସ୍ତା ନିର୍ମାଣ କରୁଥିବାରୁ ମାଓବାଦୀମାନେ ତାହା ବନ୍ଦ କରିବା ପାଇଁ ଦାବି କରିଥିଲେ । ତେବେ ପ୍ରଶାସନ ତାହା ନମାନି ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ନେଇଥିବାରୁ ମାଓବାଦୀମାନେ ତାହାର ପ୍ରତିବାଦ କରି ଜେସିବି ଜାଳି ଦେଇଛନ୍ତି ।