ଦେଶ ବିଦେଶ

ଜୈଶର ୩ ଆତଙ୍କବାଦୀ ଗିରଫ

Published

on

ଜମ୍ମୁ ୨୮/୪ : ଜୈଶର ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଜମ୍ମୁ କାଶ୍ମୀର ପୁଲିସ । ସଂପୃକ୍ତ ୩ ଜଣ ଆତଙ୍କବାଦୀ ଶ୍ରୀନଗରର ଚନାପୋରା ପୁଲିସ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସାମିଲ ଥିଲେ । ଏହି ଆକ୍ରମଣରେ ଜଣେ ପୁଲିସ କର୍ମୀ ଆହତ ହୋଇଥିଲେ ।
ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପୁଲିସର ଲଗାତର ଚେଷ୍ଟା ଦ୍ୱାରା ଏହା ସମ୍ଭବ ହୋଇ ପାରିଛି । ବହୁ ପ୍ରୟାସ କରିବା ପରେ ଯାଇ ପୁଲିସକୁ ଏହି ସଫଳତା ମିଳିଛି । ଶ୍ରୀନଗରର ଏସଏସପି ଡଃ ହସୀବ ମୁଗଲ କହିଛଣ୍ତି କି, ଗତ ଶୁକ୍ରବାର ଦିନ ପୁଲିସ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣରେ ଏହି ଆତଙ୍କବାଦୀଙ୍କ ହାତ ଥିଲା । ଏଥିରେ ଜଣେ ପୁଲିସ କନେଷ୍ଟବଳ ଆହତ ହୋଇଥିଲେ । ତେବେ ଆଜି ସକାଳେ ବଡଗାମର ଚତରାର ବାଥୁରା ଅଂଚଳରୁ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବହୁ ଗୋଳା ବାରୁଦ ସହ ଅସ୍ତ୍ରଶସ୍ତ୍ର ଚୀନୀ ପିସ୍ତଲ, ୨ ନ୍ୟାଗଜୀନ ଏବଂ ୬ କରତୁସ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version