ଦେଶ ବିଦେଶ

ଝାରସୁଗୁଡ଼ାରୁ ହେଲିକପ୍ଟରରେ ବଲାଙ୍ଗିର ଆସିବେ ମୋଦୀ

Published

on

ବଲାଙ୍ଗିର ୯/୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗିର ଗସ୍ତ ସମ୍ପର୍କରେ ସବିଶେଷ ସୂଚନା ହସ୍ତଗତ ହୋଇଛି । ସେ ଆସନ୍ତା ୧୫ ତାରିଖରେ ଦିଲ୍ଲୀରୁ ବିମାନରେ ଆସି ସକାଳ ୯.୩୦ରେ ଝାରସୁଗୁଡ଼ାରେ ପହଂଚିବେ । ସେଠାରୁ ସେ ଏକ ହେଲିକପ୍ଟରରେ ବଲାଙ୍ଗିରରେ ଆସିବେ । ସେଠାରେ ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ପରେ ପଥରଚେପା ପଡ଼ିଆରେ ଏକ ଜନ ସମାବେଶରେ ଉଦବୋଧନ ଦେବେ । ଅପରାହ୍ନ ୧.୪୫ରେ ବଲାଙ୍ଗିରରୁ ପୁଣି ହେଲିକପ୍ଟରରେ ଝାରସୁଗୁଡ଼ା ଫେରି ବିମାନରେ କେରଳ ଯାତ୍ରା କରିବେ ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version