ରାଜ୍ୟ

ଝାରସୁଗୁଡ଼ାରେ ୪୬୧ କୋଟି ଟଙ୍କାର ୨୦ଟି ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Published

on

ଝାରସୁଗୁଡ଼ା ୨୧/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଝାରସୁଗୁଡ଼ା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ସେ କୋଲାବିରା ଓ ଝାରସୁଗୁଡ଼ାରେ ଏସବୁ ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସେ ୧୧ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟରେ ୬ଟି ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ ୪୫୦ କୋଟି ୨ ଲକ୍ଷ ଟଙ୍କାର ୧୪ଟି ବିକାଶ ଯୋଜନାର ଶିଳାନ୍ୟାସ କରିଛନ୍ତି ।
କୋଲାବିରାଠାରେ ଗୋଣ୍ଡୱାନା ଗୋଣ୍ଡ ସମାଜ ପକ୍ଷରୁ ଆୟୋଜିତ ଶହୀଦ କରୁଣାକର ସିଂ ନାଏକଙ୍କ ୧୫୮ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି କହିଥିଲେ ଯେ, ଅନୁସୂଚିତ ଜାତି ଓ ଉପଜାତିଙ୍କ ବିକାଶ ପାଇର୍ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେ ଏହି ଅବସରରେ ଶହୀଦ କରୁଣାକରଙ୍କ ସ୍ମାରକୀ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version