ରାଜ୍ୟ

ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର

Published

on

ଭୁବନେଶ୍ୱର ୧୧/୬ : ଏକ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ସୂଚନାନୁସାରେ, ଭୁବନେଶ୍ୱର ଧଉଳି ଥାନା ଶିଶୁପାଳଗଡ଼ର ଏକ ଘର ଭିତରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଜି ଏକ ବନ୍ଦ କଠୋରୀ ମଧ୍ୟରୁ ୁ ଛାତ୍ରଙ୍କ ମୃତଦେହ ଠାବ ହେବା ପରେ ଖବର ପାଇ ପୋଲିସ ପହଂଚି ଉଦ୍ଧାର ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମୃତ ଛାତ୍ର ଜଣକ ଜଣେ ହୋଟେଲ ମ୍ୟାନେଜମେଣ୍ଟର ଛାତ୍ର ବୋଲି ଜଣାପଡ଼ିଛି । ଯେ ନିଜ ସମ୍ପର୍କୀୟଙ୍କ ଘରେ ରହି ସ୍ଥାନୀୟ ଏକ ଘରୋଇ ହୋଟେଲ ମ୍ୟାନେଜମେଣ୍ଟ କଲେଜରେ ପାଠ ପଢୁଥିଲେ । । ପରିବାର ଲୋକ ପୁଅର ହତ୍ୟା ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version