ଅପରାଧ

ଟମାଟୋବୋଝେଇ ଗାଡ଼ିରୁ ଗଞ୍ଜେଇ ଜବତ

Published

on

ବାଲିଗୁଡ଼ା ୨/୨ : ଅବକାରୀ ବିଭାଗର କର୍ମଚାରୀମାନେ ବାଲିଗୁଡ଼ା ଗୁମ୍ମାପଦର ଛକରୁ ୭୦ କିଲୋ ଗଞ୍ଜେଇ ଜବତ କରିଛନ୍ତି । ସେଠାରୁ ଭୁବନେଶ୍ୱରକୁ ଟମାଟୋ ବୋଝେଇ ପିକଅପ ଭ୍ୟାନରେ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ ଅବକାରୀ ବିଭାଗର କର୍ମଚାରୀମାନେ ଚଢ଼ାଉ କରିଥିଲେ । ଏ ସଂକ୍ରାନ୍ତରେ ୫ ଜଣଙ୍କୁ ଗିରଫ କରାଯାଇଛି । ପିକଅପ ଭ୍ୟାନଟିକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version