ରାଜନୀତି

ଟିକେଟ ପାଇନଥିବା ଅସନ୍ତୁଷ୍ଟ ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ପ୍ରଚାର ଦାୟିତ୍ୱ

Published

on

ଭୁବନେଶ୍ୱର ୨/୪ : ଟିକେଟ ପାଇନଥିବା ଅସନ୍ତୁଷ୍ଟ ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ପ୍ରଚାର ଦାୟିତ୍ୱ । ନିର୍ବାଚନ ପ୍ରକ୍ରିୟାରେ ସେମାନଙ୍କୁ ସକ୍ରିୟ ରଖିବା ଲାଗି ଗୁରୁ ଦାୟିତ୍ବ ମିଳିଛି। କେଉଁଠି ନିର୍ବାଚନମଣ୍ଡଳୀ ପ୍ରଚାର କମିଟି, ସହ ପର‌୍ୟ୍ୟବେକ୍ଷକ ଭାବେ ଅବସ୍ଥାପିତ କରାଯାଇଛି ତ ଆଉ କେଉଁଠି ଜିଲ୍ଲା ବା ରାଜ୍ୟ ସଂଗଠନରେ ନେତାଙ୍କୁ ଥଇଥାନ କରାଯାଇଛି।
ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ବିଜେପୁର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ବିଧାୟିକା ରୀତା ସାହୁ ସେଠାରେ ସହ ଅଧ୍ୟକ୍ଷା ଭାବେ କାର‌୍ୟ୍ୟ କରିବେ। ବିଧାୟକ ଅନାମ ନାଏକଙ୍କୁ ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହ ପର‌୍ୟ୍ୟବେକ୍ଷକ, ବିଧାୟକ ବଳଭଦ୍ର ମାଝୀଙ୍କୁ ବିଷମ କଟକ ଓ ତଳସରା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହ ପର‌୍ୟ୍ୟବେକ୍ଷକ କରାଯାଇଛି। କାଳୀ ପ୍ରସାଦ ମିଶ୍ରଙ୍କୁ ବିଜୁ କୃଷକ ଜନତା ଦଳ ରାଜ୍ୟ ଉପ ସଭାପତି, ସିଦ୍ଧାର୍ଥ ପଣ୍ଡାଙ୍କୁ ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ସହ ପର‌୍ୟ୍ୟବେକ୍ଷକ, ରୀତା ଶତପଥୀଙ୍କୁ ବିଜେପୁର ପ୍ରଚାର କମିଟି ସଦସ୍ୟା ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଭାତ ଆଦିତ୍ୟ ମିଶ୍ର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରଚାର କମିଟି ସଂଯୋଜକ ଭାବେ କାର‌୍ୟ୍ୟ କରିବେ।
ବିଜେଡି ନେତା ରବି ସାମଲ ଓ ଅନୁପ ପାତ୍ରଙ୍କୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ, ବଳରାମ ସିଂହ ଯାଦବଙ୍କୁ ବିଜେଡି ରାଜ୍ୟ ସଂପାଦକ, ଭୀଷ୍ମ ସରାଫଙ୍କୁ ବିଜେଡି ରାଜ୍ୟ ସଂପାଦକ ଦାୟିତ୍ବ ସହିତ ବିଜେପୁର ପ୍ରଚାର କମିଟି ସଦସ୍ୟ, ହଂସରାଜ ଜୈନଙ୍କୁ ରାଜ୍ୟ ସଂପାଦକ, ଉଦ୍ଧବ ବେହେରାଙ୍କୁ ରାଜ୍ୟ ସଂପାଦକ, ଋଷି କୁମାର ପଟେଲଙ୍କୁ ବିଜୁ କୃଷକ ଜନତା ଦଳ ଉପ ସଭାପତି, ପ୍ରବୀର କୁମାର ମହାନ୍ତିଙ୍କୁ ବିଜୁ ଜନତା ଦଳ ମୁଖପାତ୍ର, ଆଶିଷ କୁମାର ସାହୁଙ୍କୁ ବିେଜଡି ରାଜ୍ୟ ସଂପାଦକ, ଯୋଗେନ୍ଦ୍ର ସ୍ବାଇଁଙ୍କୁ ବିଜେପୁର ନିର୍ବାଚନମଣ୍ଡଳୀ ସହ ପର‌୍ୟ୍ୟବେକ୍ଷକ, ପ୍ରଫୁଲ୍ଲ ପାଙ୍ଗୀଙ୍କୁ କୋରାପୁଟ ଜିଲ୍ଲା କାର‌୍ୟ୍ୟକାରୀ ସଭାପତି, ପ୍ରବୋଧ ରଥଙ୍କୁ କଳାହାଣ୍ଡି ଜିଲ୍ଲା କାର‌୍ୟ୍ୟକାରୀ ସଭାପତି ଭାବେ ନବୀନ ଥଇଥାନ କରିଛନ୍ତି।
ସେହିପରି ହରେକୃଷ୍ଣ ଷଡ଼ଙ୍ଗୀଙ୍କୁ ନର୍ଲା ଓ ଭବାନୀପାଟଣା ନିର୍ବାଚନମଣ୍ଡଳୀ ପାଇଁ ସହ ପର‌୍ୟ୍ୟବେକ୍ଷକ, ସୁଦୀପ୍ତ ରାୟଙ୍କୁ କଣ୍ଟାବାଞ୍ଝି ନିର୍ବାଚନମଣ୍ଡଳୀ ପାଇଁ ସହ ପର‌୍ୟ୍ୟବେକ୍ଷକ, କେଶବ ବେଦବାଗଙ୍କୁ ଖରିଆର ଓ ନୂଆପଡା ନିର୍ବାଚନମଣ୍ଡଳୀ ସହ ପର‌୍ୟ୍ୟବେକ୍ଷକ, ରାମଚନ୍ଦ୍ର ପଣ୍ଡାଙ୍କୁ ମୁଖପାତ୍ର ଏବଂ କନ୍ଧମାଳ ଜିଲ୍ଲା ସହ ପର‌୍ୟ୍ୟବେକ୍ଷକ, ଅଶୋକ କୁମାର ଦାସଙ୍କୁ ନୂଆପଡା ସହ ପର‌୍ୟ୍ୟବେକ୍ଷକ, ଜଗନ୍ନାଥ ସ୍ବାଇଁଙ୍କୁ ଭଦ୍ରକ ଜିଲ୍ଲା ବିଜେଡି ସଭାପତି, ଏମଡି ଏସକେ ଇନାୟତ(ଚନ୍ଦନ)ଙ୍କୁ କେନ୍ଦ୍ରାପଡା ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି, ଉମାନାଥ ସାମନ୍ତରାୟଙ୍କୁ ବିଜୁ କୃଷକ ଜନତା ଦଳର ରାଜ୍ୟ ସଂପାଦକ, ସୁନୀଲ ଷଡଙ୍ଗୀଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର‌୍ୟ୍ୟକାରୀ ସଭାପତି, ଶାରଦା ପ୍ରସନ୍ନ ମହାନ୍ତି (ବାପି)ଙ୍କୁ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ଉପସଭାପତି, ଦେବାଶିଷ କୁବେରଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସଂପାଦକ, ଦେବଦାସ ମହାନ୍ତିଙ୍କୁ ବିଜେଡି କେନ୍ଦ୍ରାପଡା ଜିଲ୍ଲା ମିଡିଆ ସେଂଯାଜକ, ସୁଜିତ ବଳଙ୍କୁ କେନ୍ଦ୍ରାପଡା ଜିଲ୍ଲା ସଂପାଦକ, କୃଷ୍ଣଚନ୍ଦ୍ର ଦାସଙ୍କୁ ବିଜେଡି ରାଜ୍ୟ ସଂପାଦକ, ସୁଶୀଲ ଶବରଙ୍କୁ ଅନୁସୂଚିତ ଜନଜାତି ସେଲ ରାଜ୍ୟ ସାଧାରଣ ସଂପାଦକ ଓ ସୁବିଧ ରଣାଙ୍କୁ ଓବିସି ସେଲ୍ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version