ରାଜ୍ୟ

ଟିଟିଇମାନଙ୍କ ପାଇଁ ମିନି ଟର୍ମିନାଲ

Published

on

ଭୁବନେଶ୍ୱର ୧୭/୧୨ : ଏଣିକି ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସର ଟିଟିଇମାନଙ୍କୁ ହାତରେ ଧରି କାମ କରିବା ପାଇଁ ମିନି ଟର୍ମିନାଲ ପ୍ରଦାନ କରାଯିବ । ଏହି ଟର୍ମିନାଲ ମାଧ୍ୟମରେ ଟିଟିଇମାନେ ଖାଲିଥିବା ବର୍ଥ ସମ୍ପର୍କରେ ପରବର୍ତ୍ତୀ ଷ୍ଟେସନ ପୂର୍ବରୁ ଆଗୁଆ ସୂଚନା ପାଇପାରିବେ । ଫଳରେ ସିଟ୍ ପାଇଁ ଅପେକ୍ଷା କରିଥିବା ଯାତ୍ରୀମାନେ ଆଉ ହଇରାଣ ହେବେନାହିଁ । ଟର୍ମିନାଲର ଉପଯୋଗ ଦ୍ୱାରା ଅଧିକ ବୁକିଂ ହୋଇପାରିବ ଏବଂ ରେଳବାଇର ରାଜସ୍ୱ ମଧ୍ୟ ବଢ଼ିପାରିବ । ଏହାମଧ୍ୟ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହାୟକ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରରୁ ବାହାରୁଥିବା ରାଜଧାନୀ ଓ ପୁରୀରୁ ବାହାରୁଥିବା ଶତାବ୍ଦୀ ଏକ୍ସପ୍ରେସ୍ ପାଇଁ ଇତିମଧ୍ୟରେ ପୂର୍ବତଟ ରେଳବାଇକୁ ୩୩ଟି ଏ ପ୍ରକାର ମିନି ଟର୍ମିନାଲ ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version