ରାଜ୍ୟ

ଟେଲି ଅଭିନେତ୍ରୀ ନିକିତାଙ୍କ ଅକାଳ ବିୟୋଗ

Published

on

ଭୁବନେଶ୍ୱର ୫/୧ : ଓଡ଼ିଶାର ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ନିକିତାଙ୍କ ଅକାଳ ବିୟୋଗ ଘଟିଛି । ସେ ଛାତରୁ ପଡ଼ି ଗୁୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଶନିବାର କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି । ସେ କିଭଳି ଛାତରୁ ଖସିପଡ଼ିଲେ ତାହା ଏବେବି ରହସ୍ୟ ଘେରରେ ରହିଛି । ସେ ଅନେକ ଓଡ଼ିଆ ଆଲବମ ଓ ଟେଲିଭିଜନ ସିରିଅଲରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇଥିଲେ । ସେ ମଧ୍ୟ ଆଖି ଖୋଲିବାକୁ ଡର, ମା’ର ପଣତକାନି, ସ୍ମାଇଲ ପ୍ଲିଜ ଆଦି ଫିଲ୍ମରେ ଅଭିନୟ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version