ଭଦ୍ରକ ୫/୪ : ଏନଏଚ ୧୩ ତଳନଗରରେ ବାଇକଟି ଟ୍ରକକୁ ପଛରୁ ଧକ୍କା ଦେବାରୁ ଅଘଟଣ ଘଟିଛି । ଭଦ୍ରକ ଯିବା ବାଟରେ ଏନଏଚ ୧୩ ତଳନଗର ନିକଟରେ ଦୁର୍ଘଟଣା ଘଟିଛି । ଅଟକି ରହିଥିବା ଏକ ଟ୍ରକକୁ ପଛରୁ ବାଇକଟି ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ବାଇକଟି ଦ୍ରୁତ ଗତିରେ ଥିବା ଯୋଗୁଁ ରାସ୍ତା କଡ଼ରେ ଥିବା ଟ୍ରକକୁ ପଛ ପଟୁ ଆସି ବାଡ଼େଇ ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ହିଁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ ।