ରାଜ୍ୟ

ଟ୍ରକକୁ ପଛ ପଟୁ ପିଟିଲା ବସ : ହେଲପର ମୃତ

Published

on

ଟ୍ରକକୁ ପଛ ପଟୁ ପିଟିଲା ବସ । ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ । ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ୧୬ ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ରାସ୍ତା ପାଖରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ରାଇରଙ୍ଗପୁର ଅଞ୍ଚଳର । ତେବେ ସେ ବସରେ ହେଲପର ଭାବେ କାମ କରୁଥିଲେ ।
ରାସ୍ତା ପାଖରେ ଏକ ଟ୍ରକ ଛିଡାହୋଇ ଗାଡିରସ ଚକା ବଦଳାଉ ଯାଉଥିବା ସମୟରେ ବସଟି ଗାଡିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବସର ସମ୍ମୁଖ ପାଖ କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ସୂଚନା ରହିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version