ଭଦ୍ରକ ୨୩/୧୨ : ଭଦ୍ରକ ବନ୍ତ ଛକ ନିକଟରେ ରବିବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଆସୁଥିବା ଏକ ମାଲବୋଝେଇ ଟ୍ରକ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ଟ୍ରକ ହେଲପର ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଖବର ମିଳିବା ପରେ ସ୍ଥାନୀୟ ପୋଲିସ ହେଲପରଙ୍କ ଶବ ଜବତ କରି ମେଡିକାଲକୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ଥିବା ଜଣାପଡିଛି ।