ରାଜ୍ୟ

ଟ୍ରକକୁ ପିଟିଲା ଟ୍ରାଭେରା :ଜଣେ ମୃତ

Published

on

ନୂଆଗାଁ ୩୦/୩ : ନୂଆଗାଁ ଅଞ୍ଚଳର ସୋରଡ଼ା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟି ନୂଆପଡ଼ା ଜିଲ୍ଲା କୋମନା ତହସିଲଦାରଙ୍କର ମୃତ୍ୟୁ ଘଟିଛି । ତାଙ୍କ ଟାଭେରା କାରର ଡ୍ରାଇଭର୍ ଆହତ ହୋଇ ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ମୃତ ତହସିଲଦାରଙ୍କ ନାମ ସୁରେଶ କୁମାର ନନ୍ଦ ଓ ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ । ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ କାମରେ ସୁରେଶ ଭୁବନେଶ୍ୱରକୁ ଆସୁଥିଲେ । ତେବେ ବାଟରେ ଏକ ଟ୍ରକ ସହ ତାଙ୍କ ଟ୍ରାଭେରା ଗାଡି ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ତହସିଲଦାର ସୁରେଶ ନନ୍ଦଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version