ରାଜ୍ୟ

ଟ୍ରକ ଧକ୍କାରେ ମହିଳା ମୃତ

Published

on

ଅନୁଗୁଳ ୨୮/୪ : ୫୫ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ବଅଁରପାଳ ପୁଲିସ ଘଟଣାସ୍ଥଳକୁ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ମହିଳାଙ୍କ ମୃତଦେହ ରାଜରାସ୍ତାରେ ପଡି ରହିଛି । ଟ୍ରକ ଚାଳକ ଗାଡି ଛାଡି ଘଟଣା ସ୍ଥଳରୁ ଚାଲିଯାଇଛି। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Leave a Reply

Your email address will not be published. Required fields are marked *

Trending

Exit mobile version