ରାଜ୍ୟ

ଟ୍ରକ ଧକ୍କାରେ ୨ ଯୁବକ ମୃତ : ଜାଳିଦେଲେ ୩ ଟ୍ରକ୍

Published

on

କଟକ ୨୯/୩ : ଟ୍ରକ ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ଉତ୍ତେଜନା ଦେଖାଦେଇଛି । ନେମାଳ ଥାନା ତରତ-କୁଟିଲ ଓରତି ମେଡିକାଲେ ଛକରେ ବାଇକ ଆରୋହୀଙ୍କୁ ଟ୍ରକ ଧକ୍କା ଦେବାଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ତାତିଥିଲେ ଲୋକେ ଓ ୩ଟି ଟ୍ରକରେ ନିଆଁ ଲଗାଇଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ନିଆଁକୁ ଆୟତ୍ତ କରିଛି । ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version