ଅନୁଗୁଳ ୨/୧ : ଅନୁଗୁଳ-ଛେଣ୍ଡିପଦା ୬୩ ନଂ ଜାତୀୟ ରାଜପଥରେ ଏକ ଟ୍ରକ ସହ ବାଇକ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ତାଙ୍କୁ ଛେଣ୍ଡିପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଦୁଇଜଣ ହେଲେ ସତ୍ୟ ଗଡ଼ଡିଆ ଓ ରାଜୀବ ଲେଙ୍କା । ପୋଲିସ ଶବ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି ।