ରାଜ୍ୟ

ଟ୍ରାକ୍ଟର-ବାଇକ ଧକ୍କା : ଜଣେ ମୃତ

Published

on

ସୁନ୍ଦରଗଡ଼ ୧୭/୫ : ଟ୍ରାକ୍ଟର ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ମୁଣ୍ଡରକ୍ଷେତ ଗାଁ ନିକଟରେ ଏକ ଦୁର୍ଘଟଣା ଘଟିଛି । ଗୋଟିଏ ପଟୁ ଆସୁଥିବା ଟ୍ରାକ୍ଟର ଅପର ପକ୍ଷରେ ଆସୁଥିବା ଏକ ବାଇକକୁ ଧକ୍କା ଦେଇଛି । ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭରଟି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଗ୍ରାମବାସୀ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ମାଗିବା ସହ ଉତ୍ତେଜିତ ହୋଇ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜାଳିଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version