ରାଜ୍ୟ

ଟ୍ରାଙ୍କୁଲାଇଜ ପରେ ଆହତ ଦନ୍ତାକୁ ଚିକିତ୍ସା କଲେ ଭୁବନେଶ୍ୱର ଓୟୁଏଟି ଡାକ୍ତର

Published

on

ସମ୍ବଲପୁର ୨୩/୧୨ : ଦୀର୍ଘ ଦିନ ହେଲା ଆହତ ହୋଇ ବୁଲୁଥିବା ଦନ୍ତାକୁ ରବିବାର ଟ୍ରାଙ୍କୁଲାଇଜ କରାଯାଇଛି । ସମ୍ବଲପୁର ପଡିଆବାହାଲ ଅଂଚଳରେ ବହୁ ଦିନ ହେବ ଏକ ଦନ୍ତା ହାତୀ ଆହତ ଅବସ୍ଥାରେ ହୋଇ ବୁଲୁଥିଲା । ଆଜି ଭୁବନେଶ୍ୱରର ଓୟୁଏଟିରୁ ଏକ ବିଶେଷଜ୍ଞ ଦଳ ସେଠାରେ ପହଂଚି ହାତୀଟିକୁ ଟ୍ରାଙ୍କୁଲାଇ କରିଥିଲେ । ପରେ ଓୟୁଏଟିର ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ଚିକିତ୍ସକ ଦଳ ଦନ୍ତାଟିକୁ ପରୀକ୍ଷା କରି ଚିକିତ୍ସା କରିଛନ୍ତି । ହାତୀଟିର ଗୋଡରେ ଏକ ଗଭୀର କ୍ଷତ ଥିବାବେଳେ ତା’ର ଲାଞ୍ଜ ଉପରେ ଗୋଟିଏ ଘା’ ହୋଇଛି ।
ଟ୍ରାଙ୍କୁଲାଇଜ ହୋଇଥିବା ହାତୀଟି ଗୁଳିରେ ଆହତ ହୋଇଛି କି ନାହିଁ ତାହା ଜାଣିବା ପାଇଁ ମେଟାଲ୍ ଡିଟେକ୍ଟର ସହାଯ୍ୟରେ ଯାଂଚ କରାଯାଇଛି । ଯାଂଚ ପରେ ଜଣାଯାଇଛି ଯେ ହାତୀ ଦେହରେ କୋ÷ଣସି ଗୁଳି କିମ୍ବା ତୀରରେ ଆଘାତ ଲାଗିନାହିଁ । ଦୁଇ ହାତୀଙ୍କ ମଧ୍ୟରେ ସଂଘର୍ଷ ଫଳରେ ହାତୀଟି ଆହତ ହୋଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version