କଳାହାଣ୍ଡି ୧୭/୩ : ପୁରୁଲାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଏବଂ ବାଇକ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ୨ଜଣ ବାଇକ ଆରେହୀଙ୍କର ମୃତ୍ୟୁ ଘଟିଛି ।
ଆଜି ସକାଳେ ଟ୍ରାକ୍ଟର ଏବଂ ବାଇକ ମୁହାଁମୁହିଁ ହୋଇଛି । ୨ ବାଇକ ଆରୋହୀ ପୁରୁଲା ଯାଉଥିବା ବେଳେ ଟ୍ରାକ୍ଟରଟି ନିଜର ଭାରସାମ୍ୟ ହରାଇ ପଛ ପଟୁ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି କାଣ୍ଡ ଭିଆଇବା ପରେ ଟ୍ରାକ୍ଟର ଚାଳକଟି ଘଟଣାସ୍ଥଳରୁ ଖସି ଚାଲିଯାଇଥିଲ ।