ରାଜ୍ୟ

ଟ୍ୱିଟରରେ ନବୀନଙ୍କ ସୂଚନା : ଫୋନି ମୁକାବିଲା ପାଇଁ ପ୍ରଶାସନ ପୁରା ସଜାଗ

Published

on

ଭୁବନେଶ୍ୱର ୩୦/୪ : ଫୋନିକୁ ନେଇ ସ୍ଥିତି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟରରେ ନବୀନ କହିଛନ୍ତି, “ସାମୁଦ୍ରିକ ବାତ୍ୟା ଫୋନିର ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ହୋଇଛି । ଉପକୂଳ ଜିଲ୍ଲା ଗୁଡିକ ନିକଟରେ ଏହା ଅତିକ୍ରମ କରୁଥିବାରୁ ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଛି ।” ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପୁରା ସଜାଗ ଥିବା ନବୀନ କହିଛନ୍ତି ।
ବାତ୍ୟା ‘ଫୋନି’ ନେଇ ସଚିବାଳୟରେ ସମୀକ୍ଷା ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ବି ଉପସ୍ଥିତି ଥିଲେ । ବାତ୍ୟା ନେଇ ରାଜ୍ୟସରକାର ସତର୍କ ଥିବା କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି । ସମସ୍ତ ଉପକୂଳବର୍ତ୍ତୀ ଅଂଚଳ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି । ୮୮୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଆସନ୍ତା ୨ ତାରିଖରୁ ଉପକୂଳବର୍ତ୍ତୀ ଅଂଚଳ ଲୋକମାନଙ୍କୁ ସତର୍କ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version